Odisha Cabinet Approves 5 Key Proposals Across 4 Departments
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
 
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହିଭଳି ମୋଟ ୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି ।
 
ଫସଲ ବିବିଧିକରଣ ପାଇଁ ୧୫୨୩.୯୮ କୋଟି, ଆହାର ପାଇଁ ୫୧୨ କୋଟି, ୨୦୦ ଇ-ବସ କ୍ରୟ ଓ ରକ୍ଷଣାବେକ୍ଷଣ ପାଇଁ ୯୫୨.୫୬ କୋଟି, କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଯୋଜନା ପାଇଁ ୨୯୪.୩୬ କୋଟି ଟଙ୍କାର ପ୍ରସ୍ତାବ ପାରିତ ହୋଇଛି ।
 
ସୂଚନା ଅନୁଯାୟୀ, ‘ଆହାର’ ପାଇଁ ରାଜ୍ୟ ସରକାର ଏଣିକି ବ୍ୟୟ ବହନ କରିବେ ।୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି ଟଙ୍କା । ‘ଆହାର’ ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ନିଷ୍ପତ୍ତି ନିଆଯାଇଥିବାବେଳେ ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ ରହିବ । ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ କରିବେ ।
 
ସେହିଭଳି ଆଗାମୀ ୧୦ ବର୍ଷ ପାଇଁ ୨୦୦ଟି ଇ-ବସ୍‌ ରାଜ୍ୟରେ ଚାଲିବ । ଏଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ୍‌ ଚାଲିବ। ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ୍‌ ଚାଲିବ । ବିମାନ ଚଳାଚଳ କ୍ଷେତ୍ର ପାଇଁ ବି-ମାନ ଏକୀକୃତ ଯୋଜନାକୁ କ୍ୟାବିନେଟର ଅନୁମୋଦନ ମିଳିଛି । 

By Nirvay

Leave a Reply

Your email address will not be published. Required fields are marked *