ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି । ଅଭିଳାଷ ପଣ୍ଡାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାପତି କରାଯାଇଛି । ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ କୃଷକ ମୋର୍ଚ୍ଚାର ସଭାପତି କରାଯାଇଥିବାବେଳେ କାଣ୍ଡେରା ସୋରେନ୍ ଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକଙ୍କୁ ଅନୁସୂଚିତ ଜାତି ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ ସଭାପତି ତଥା ଗୁରିନ୍ଦର ସିଂହଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି କରାଯାଇଛି । ସେଇଭଳି ୩ ଜଣଙ୍କୁ ଭାଜପା ସେଲ୍ ଇନ୍ଚାର୍ଜ, ଜଣଙ୍କୁ ଅଫିସ୍ ସେକ୍ରେଟାରୀ, ଜଣଙ୍କୁ ଆଇଟି ଦାୟିତ୍ୱ ଏବଂ ୩୭ ଜଣଙ୍କୁ ବିଭିନ୍ନ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । Post navigation Odisha Assembly: ରାଜ୍ୟରେ ୭୭.୧୦% ଘରେ ପହଞ୍ଚିଲାଣି ପିଇବା ପାଣି Sand Smuggling In Odisha: ବାଲି ଚୋରା ଚାଲାଣ ଅଭିଯୋଗରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ