ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଯାତାୟାତ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଛି । ଲୋକଙ୍କ ସମୟକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ହେଲ୍ପ ଲାଇନ ନମ୍ବର ଜାରି କରିଛି । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୦୬୭୪-୨୫୪୩୫୪୧ କୁ ଯୋଗାଯୋଗ କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି। ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ ସାଧାରଣ ଜନତା । ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ବାମ ପନ୍ଥି ଦଳ ଦ୍ୱାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ତେବେ ଯାନବାହାନ ଯାତାୟାତ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । Post navigation ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଲେ ଅପରାଜିତା ଷଡ଼ଙ୍ଗୀ ରବର ବୁଲେଟ୍କୁ ନେଇ ନବୀନଙ୍କ ମିଥ୍ୟା ନ୍ୟାରେଟିଭ କାହିଁକି ?