ଓଡ଼ିଆ ରାପର୍ ତଥା ଇଞ୍ଜିନିୟର ଅଭିନବ ସିଂହ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ଭଡ଼ା ଘରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସ୍ତ୍ରୀଙ୍କ ଦ୍ଵାରା ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଏହି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏହା ସହ ଅଭିନବଙ୍କ ବାପା ବିଜୟ ନନ୍ଦ ସିଂହ ପାଖାପାଖି ୧୦ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ।

ଗତ କିଛି ଦିନ ହେବ ଅଭିନବଙ୍କ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପରସ୍ପରଠୁ ଅଲଗା ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ସୂଚନା ଯୋଗ୍ୟ; ଅଭିନବ ସିଂହ ଓଡ଼ିଆ ରାପ୍‌ ଜଗତରେ ଜଣେ ପ୍ରମୁଖ ତାରକା ଭାବରେ ଜଣାଶୁଣା । ତାଙ୍କ ଘର କଟକର କାଳିଗଳି ନିକଟରେ । ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରିବା ସହିତ ରାପ୍ ଗୀତ ମଧ୍ୟ ଗାଆନ୍ତି । ସେ ଜଗର୍ନଟ ନାଁ ରେ ପରିଚିତ ଥିଲେ। ସେ କଟକ ଅନ୍ଥେମ୍ ନାମକ ଏକ ଆଲବମ କରି  ବେଶ ଲୋକ ପ୍ରିୟତା ହାସଲ କରିଥିଲେ।ଯେଉଁଥିରେ ସେ କଟକ ର ଐତିହ ଓ ଭାଇଚାରା ଇତ୍ୟାଦିକୁ ଦର୍ଶାଇ ଥିଲେ। ଅଭିନବଙ୍କ ମାଆ ପ୍ରତିଦିନ ଭଳି ପୁଅକୁ କଲ୍ କରି ଉଠାଇଥିଲେ ଅଫିସ୍ ଯିବାକୁ । କିନ୍ତୁ ସେ ଫୋନ୍ ଉଠାଇ ନ ଥିଲେ । ମାଆ ପାଖରେ ରହୁଥିବା ଅଭିନବଙ୍କ ସାଙ୍ଗକୁ କଲ୍ କରି କହିଥିଲେ ତାକୁ ଯାଇ ଡାକିବାକୁ । କିନ୍ତୁ ସେ ଆସି ଦେଖିବାରୁ ତାଙ୍କର ଘରର କବାଟ ବନ୍ଦ ଥିଲା । ଅନ୍ୟ ପଟେ ଥିବା ଏକ ବାଲକୋନୀ କବାଟ ଖୋଲାଥିବାରୁ ସେହିବାଟେ ଯାଇ ଅଭିନବ ଶୋଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ତାଙ୍କୁ ଡାକିବାରୁ ନ ଉଠିବାରୁ ପୋଲିସକୁ ଖବର ଦେଇଥିଲେ ।  ସେ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *