ବାଂଲାଦେଶରେ ରାଜନୈତିକ ହିଂସା ଲାଗି ରହିଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇଛି। ଏଭଳି ପରିସ୍ଥିତିରେ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବେ ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ବାଂଲାଦେଶରୁ ସ୍ବଦେଶ ଫେରିବେ ଓଡ଼ିଆ ଶ୍ରମିକ। ୧୫ ରୁ ୨୦ ଦିନ ଭିତରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିଛି। ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ସରକାର ବ୍ୟବସ୍ଥା କରିବେ। କେତେ ଜଣ ବାଂଲାଦେଶ ଯାଇଛନ୍ତି ତାର ତାଲିକା ପ୍ରସ୍ତୁତ ହେଉଛି। ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଏ ନେଇ ଦାୟିତ୍ଵ ଦିଆଯାଇଛି।

Leave a Reply

Your email address will not be published. Required fields are marked *