ଭାରତର ସ୍ମରଣୀୟ କାର୍ଗିଲ ଯୁଦ୍ଧକୁ ପୁରିଛି ୨୫ବର୍ଷ । ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ।ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୬ ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ଯବାନ। ଭାରତୀୟ ବୀର ଯବାନ ପାକିସ୍ତାନକୁ ପରାସ୍ତ କରି ତ୍ରିରଙ୍ଗା ଫରଫର ଉଡାଇଥିଲେ । ତେବେ କାର୍ଗିଲ ବିଜୟ ଦିବସରେ ସହିଦ ହୋଇଥିବା ୫୨୭ ବୀର ଯବାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ।

ଆସନ୍ତା ଜୁଲାଇ ୨୬ ତାରିଖରେ ନୂଆଦିଲ୍ଲୀର ସରସାୱାରେ କାର୍ଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଯାଉଛି । କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।ଏଥିପାଇଁ ତାଙ୍କୁ ଦିଲ୍ଲୀ ଡକରା ହୋଇଥିବା ସୂଚନା ମିଳିଛି ।

୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର। ସେ ଗ୍ୱଆଲିଅର ଏୟାର ବେସରେ କାର୍ଯ୍ୟ କରୁଥିଲେ। କାର୍ଗିଲ୍ ଯୁଦ୍ଧ ପୂର୍ବରୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ ଲଢ଼ିଥିଲେ ୧୯୭୧ ମସିହାର ବାଂଲାଦେଶ ଓ ୧୯୬୫ ମସିହାର ପାକିସ୍ତାନ ଯୁଦ୍ଧ। ଏଥିପାଇଁ ସେ ବହୁବାର ପୁରସ୍କୃତ ପାଇଥିବା ବେଳେ ଏବେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *