ଭୁବନେଶ୍ୱର : ଭାରତ ପାଇଁ ଗର୍ବ ଓଡିଶା ଝିଅ । IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅ କମାଲ ଦେଖାଇଲେ । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ମହିଳା ୪୦ କିଲୋଗ୍ରାମ ୱେଟ ଲିଫ୍ଟଟିଙ୍ଗ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ଓଡ଼ିଆ ଝିଅ ପ୍ରୀତିସ୍ମିତା ଭୋଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୋସ୍ନା ଶବର ପାଇଛନ୍ତି ରୌପ୍ୟ ପଦକ ।


୪୦ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ୧୬ ବର୍ଷୀୟା ପ୍ରୀତିସ୍ମିତା ଭୋଇ ମୋଟ ୧୩୩ କେଜି ( ସ୍ନାଚରେ ୫୭ କିଲୋ + ୫୬ କିଲୋ)ର ପ୍ରୟାସ କରି ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ପୂର୍ବରୁ ଏହି ଓଜନ ବର୍ଗରେ ବିଶ୍ୱ ରେକର୍ଡ ୭୫ କିଲୋ ରହିଥିଲା । ଜ୍ୟୋସ୍ନା ଶାବର ମଧ୍ୟ ୧ ୨୫କିଲୋ (୫୬ କିଲୋ + ୬୯ କିଲୋ) ପ୍ରଦର୍ଶନ କରି ରୋପ୍ୟ ପଦକ ସହିତ ଶେଷ କରିଥିଲେ । ଉଭୟ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଥିବା ଓଡିଶା ୱେଟଲିପ୍ଟିଂ ହାଇ ପରଫରମାନ୍ସ କେନ୍ଦ୍ରରେ ଉଭୟ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *