ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଶେଷ ହୋଇଥିଲାବେଳେ ଆଜି ଏବଂ ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଅନବନ୍ଧିତ ସଂସ୍ଥାଗୁଡ଼ିକ ପାଇଁ ଟିକେଟ୍ ବିକ୍ରି ହେବ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଓସିଏ ସମ୍ମିଳନୀ କକ୍ଷରେ ୨ଦିନ ଧରି ବିକ୍ରି ହେବ ଟିକେଟ୍। ଓସିଏ ଅନୁବନ୍ଧିତ ସଂସ୍ଥା ପାଇଁ ବିକ୍ରି ହେବ ୧୧ ହଜାର ଟିକେଟ୍।

ଓସିଏ ସହ ଅନୁବନ୍ଧିତ ବିଭିନ୍ନ କ୍ଲବ୍, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସଂସ୍ଥା ନିଜ ନିଜର କୋଟା ଅନୁସାରେ ଟିକେଟ୍ କିଣିପାରିବେ । ମୋଟ ୪୨ହଜାର ଟିକଟରୁ କେବଳ ୧୧ ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣିବେ । ଡିସେମ୍ବର ୫ରେ ବାରବାଟୀ କାଉଣ୍ଟରରେ  ଟିକେଟ୍ ବିକ୍ରି ହେବ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବା ।

Leave a Reply

Your email address will not be published. Required fields are marked *