ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଓଏଏସ୍ ସଂଘ ସଦସ୍ୟଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଓଏଏସ୍ ସଂଘର ସଦସ୍ୟମାନଙ୍କ ସହିତ ଦୀର୍ଘ ଘଣ୍ଟା ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ.ବି ଖୁରାନିଆ । ଯଦି ଏହି ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତେବେ ଓଏଏସ୍ ସଂଘ ସାମୂହିକ ଛୁଟି ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଲୋଚନା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଓଏଏସ୍ ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ସୂଚନା ଯୋଗ୍ୟ, ଗତକାଲି ବିଏମସି ଅଫିସ ଭିତରେ ଜନ ଶୁଣାଣି ସମୟରେ ଅତିରିକ୍ତ କମିଶନରଙ୍କୁ ପଶି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ଘଟଣା ପରେ ବିଏମସିର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । Post navigation ରଥଯାତ୍ରା ସମୟରେ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ