ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ମରାଣାତ୍ମକ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦ କହିଛନ୍ତି ଓଏଏସ ଓ ଓଆରଏସ ଅଫିସର । ଏହି ଘଟଣାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୧୪ ଜିଲ୍ଲାର ଓଏଏସ ଓ ଓଆରଏସ ଅଫିସର । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ ବୋଲି ଓଏଏସ ଓ ଓଆରଏସ ଅଫିସର ମାନେ ଦାବି ରଖିଛନ୍ତି । ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ।

ଛୁଟିରେ ଅଫିସର ଯାଇଥିଲା ଜିଲ୍ଲା ଗୁଡ଼ିକ ହେଲା କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର, ଗଞ୍ଜାମ , ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ କନ୍ଧମାଳ।

ସୂଚନା ଯୋଗ୍ୟ; ଗତକାଲି ରାତିରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଥିଲେ । ସ୍ଥଗିତ ରଖିଛୁ ବାତିଲ କରିନାହୁଁ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇଥିଲେ ଓଡ଼ିଶା ଆଡମିନିଷ୍ଟ୍ରେସନ୍ ସର୍ଭିସ୍ ଆସୋସିଏସନ୍ ।

Leave a Reply

Your email address will not be published. Required fields are marked *