ଭୁବନେଶ୍ବର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଚଙ୍କୁ ଆସଦାଚରଣ ଘଟଣାରେ ଫେରାର ଅଭିଯୁକ୍ତ ନାନୁ ରାମ ଚୌଧୁରୀ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ଅସଦାଚରଣ ଅଭିଯୋଗ ଆଣିଥିଲେ ଜଣେ ମହିଳା ଆଟେଣ୍ଡାଣ୍ଟ ।  ଅସଦାଚରଣ ଅଭିଯୋଗ ଆସିବା ପରେ ଫେରାର ଥିଲା ଅଭିଯୁକ୍ତ।

ସୂଚନା ଯୋଗ୍ୟ, ରବିବାର ରାତିରେ ସଂପୃକ୍ତ ମହିଳା ଆଟେଣ୍ଡାଣ୍ଟଙ୍କୁ ଅଭିଯୁକ୍ତ ନର୍ସିଂ ଅଧିକାରୀ ମହିଳା ଆଟେଣ୍ଡାଣ୍ଟଙ୍କୁ ଡାକ୍ତରଙ୍କ ଚାମ୍ବରକୁ ଡାକି ରୁମ୍ ଭିତର ପଟୁ ଲକ୍ କରି ଦେଇଥିଲେ। ଏହାପରେ ଆଟେଣ୍ଡାଣ୍ଟ ଟଣା ଓଟରା କରିବା ସହ ଅନୁଚିତ ଶାରୀରିକ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ହେଲେ କୌଶଳ କରି ମହିଳା ଆଟେଣ୍ଡାଣ୍ଟ ସେଠାରୁ ଖସି ଆସିଥିଲେ। ଏହା ପରେ ମହିଳା କର୍ମଚାରୀ ତୁରନ୍ତ ହସ୍ପିଟାଲ କଣ୍ଟ୍ରୋଲ ରୁମକୁ ଘଟଣା ବିଷୟରେ ଜଣାଇଥିଲେ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଏମ୍ସର ଠିକା କର୍ମଚାରୀମାନେ ହସ୍ପିଟାଲର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ।

Leave a Reply

Your email address will not be published. Required fields are marked *