ନୂଆପଡା ଉପ ନିର୍ବାଚନ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ନୂଆପଡ଼ା ଖରିଆର ରୋଡ୍ର ପଟେଲ ନଗର ରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆଜି IT ରେଡ୍ ହୋଇଛି । ଜୁନେଦ ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ଦିଆଯାଇଥିଲା । ନୂଆପଡା ଉପ ନିର୍ବାଚନ ପ୍ରଚାର ସରିବାକୁ ଆଉ ଗୋଟିଏ ଦିନ ଥିବାବେଳେ ଆୟକର ବିଭାଗ ପକ୍ଷରୁ ଜୋର ଧରିଛି ଯାଞ୍ଚ । ଗତକାଲି ସୁଦ୍ଧା ନୂଆପଡ଼ାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହା ସହିତ ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ତିନି ଦଳ ବେଶ ପରିଶ୍ରମ ଜାରି ରଖିଛନ୍ତି ।ତେବେ ଆଗକୁ ଉପ ନିର୍ବାଚନ ଥିବା ବେଳେ ଆୟକର ବିଭାଗର ଏହି ଚଢାଉ ନୂଆପଡା ରାଜନୀତି ମାହୋଲକୁ ଆହୁରି ସରଗରମ କରିପାରେ । Post navigation OPSC, OSSSC Exam Tomorrow: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା; ଦ୍ଵନ୍ଦରେ ପରୀକ୍ଷାର୍ଥୀ