Nuapada Bye-Election-BJP slams Congress over violent behavior
ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି ।
 
ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦି, ଭୟ ଓ ହିଂସାର ଆଦୈା ସ୍ଥାନ ନାହିଁ । ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟକୁ ଦେଖି ବିଜେଡି ଭୟଭୀତ ହେବା ସହିତ ଅତ୍ୟନ୍ତ ନିମ୍ନସ୍ତରକୁ ଓହ୍ଲାଇ ଏଭଳି ଦୁର୍ଭାଗ୍ୟଜନକ କାଣ୍ଡ ଭିଆଇଛି । ଏହାକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି ।
 
ଗତ ୨୪ ବର୍ଷ ଶାସନ ପରେ ବି ନିର୍ବାଚନ ଲଢିବା ପାଇଁ ବିଜେଡି ଆତ୍ମବିଶ୍ୱାସ ହରାଇ ବସିଛି । ନିଜ ଶାସନକାଳର ସଫଳତା ବଖାଣିବା ପରିବର୍ତ୍ତେ ଭୋଟରଙ୍କୁ ଧମାକାଇ, ଭୟଭୀତ କରାଇ ଜନମତକୁ ବିଭ୍ରାନ୍ତ କରିବାର ଅପ୍ରୟାସ କରୁଛି ବିଜେଡି । ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି ବିଜେଡି ଅହିଂସାର ଉଚ୍ଚାରଣ କରି ହିଂସାର ଆଚରଣ କରୁଛି ।
 
ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି “ହ୍ୟାଙ୍ଗ ଓଭର” ଯାଇନାହିଁ । ଆମେ ବ୍ୟାଲେଟକୁ ବିଶ୍ୱାସ କରୁଥିବାବେଳେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେଡି ବୁଲେଟର ଆଶ୍ରୟ ନେବା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରର ମହାନ ପର୍ବରେ ଶାନ୍ତିପୂର୍ଣ୍ଣ ଭୋଟଦାନ ପାଇଁ ଆବଶ୍ୟକୀୟ ବାତାବରଣ ସୃଷ୍ଟି କରିବାରେ ସହଯୋଗ କରନ୍ତୁ ଏବଂ ହିଂସାତ୍ମକ ଆଚରଣରୁ କ୍ଷାନ୍ତ ରୁହନ୍ତୁ ବୋଲି ଡା.ମହାନ୍ତି ନିବେଦନ ଓ ପରାମର୍ଶ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *