ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ । ଜନ ଶୁଣାଣି ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ନୋଟିସ୍ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍ ଦିଆଯାଇଥିବା ଜଣାପଡିଛି । ଅଭିଯୋଗର ଆକ୍ସନ ନେଇ ୩ ଦିନ ଭିତରେ ତଥ୍ୟ ଦେବାକୁ କଡ଼ା ନିର୍ଦ୍ଦେଶ । କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ । ସୂଚନା ଯୋଗ୍ୟ; ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଅଭିଯୋଗ ପରେ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଘଟଣାର ସମାଧାନ ସରିଥିବା କହିଥିଲେ । ଛାତ୍ରୀ ଜଣକ କମ୍ପ୍ରମାଇଜ ପିଟିସନ ଦେବା ପରେ କମିଟି ବସି ଏହାର ସମାଧାନ ସରିଛି ବୋଲି ଅଧ୍ୟକ୍ଷ କହିଥିଲେ । କିନ୍ତୁ କଲେଜର ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଜନ ଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ । Post navigation ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ