‘ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ବଞ୍ଚିତ ହେବେନି ଯୋଗ୍ୟ ହିତାଧିକାରୀ । ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର-ଟୁ-ଡୋର ସର୍ଭେ କରାଯିବ । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । ୧୫ ଦିନ ଭିତରେ ଫିଲଡ଼ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ ।

ଏଥିସହ ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏ ପର୍ଯ୍ୟନ୍ତ ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ମଧ୍ୟ ସାମିଲ କରାଯିବ । ଅନ୍ୟପଟେ ୩୬ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି । ସେହିପରି ୨୧ ହଜାର ୩୫ ଜଣ ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି ।

ସୂଚନା ଯୋଗ୍ୟ, ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୩ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଯାନ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିଲା। ସେହିପରି ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ ସ୍ଵାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜିକରଣ ହୋଇଛି ଖାଦ୍ୟ ଯୋଗାଣ ବିଭାଗକୁ ତାର ରିପୋର୍ଟ ମଗାଯାଇଥିଲା। ଏହି ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *