ଗଞ୍ଜାମ : ଆଜି ରାଜ୍ୟରେ ଦିତ୍ୱୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ, ଦେଶରେ ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସାଧାରଣ ଜନତାଙ୍କ ମତଦାନ ହାର ବଢାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ବିକାଶ କଥା କହୁଥିବା ବେଳେ, କିଛି ସ୍ଥାନରେ ଦେଖିବାକୁ ମିଳିଛି ଅଲଗା ଚିତ୍ର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁଡିଆପଲ୍ଲୀ ଗ୍ରାମ ଗ୍ରାମବାସୀ ଏଥର ଭୋଟବର୍ଜନ କରିଛନ୍ତି । ଏହାର କାରଣ ହେଉଛି, ସେମାନଙ୍କ ଗ୍ରାମରେ ଥିବା ଜଳ ସମସ୍ୟା । ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳୁଥିବା ସତ୍ତ୍ୱେ ମଧ୍ୟ ସମସ୍ୟାର ସମାଧାନ ହେଉନି । ମତଦାନ କେନ୍ଦ୍ର ବାହାରେ ଗ୍ରାମର ମହିଳା ଭୋଟରମାନେ ଗରା,ବାଲଟି ରଖି ପ୍ରତିକାତ୍ମକ ଭାବେ ଜଳ ସମସ୍ୟା ନେଇ ପ୍ରତିବାଦ କରିଛନ୍ତି । ସେମାନେ ରୋକ ଠୋକ ଶୁଣାଇ ଦେଇଛନ୍ତି ଯେ, ପାଣି ସମସ୍ୟା ଦୂର ନ ହେବା ପର୍ଯ୍ୟନ୍ତ ଭୋଟ ଦେବୁ ନାହିଁ ।
ଗତ କାଲି ସମାନ ପ୍ରତିବାଦ ଦେଖିବାକୁ ମିଳିଥିଲା ବଡମ୍ବା ନରସିଂହପୁର ଠାରେ । ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର ରବିବାର ଦିନ ଭୋଟ ମାଗିବାକୁ ଯିବାବେଳେ ସ୍ଥାନୀୟ ବାସିନ୍ଦା ତାଙ୍କ ଆଗରେ ବାଲତି ଗରା ମାଠିଆ ଆଦି ରଖି ପ୍ରତିବାଦ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *