୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଇନ୍ଧନ ଯୋଗାଇଦେବ ନାହିଁ ଓ ସିଏନଜି ଷ୍ଟେସନରୁ ତେଲ କି ଗ୍ୟାସ୍ ମିଳିବନି । ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଦିଲ୍ଲୀରେ ବଡ଼ ହୋଟେଲ, ବଡ ଅଫିସ କମ୍ପ୍ଲେକ୍ସ, ଦିଲ୍ଲୀ ଏୟାରପୋର୍ଟ ରେ ଆଣ୍ଟି ସ୍ମୋଗ୍ ଗନ୍ ଏବଂ କ୍ଲାଉଡ୍ ସିଡିଂ ଲଗାଇବା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁଯାଉଛନ୍ତି ସରକାର । Post navigation ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନ ଘଟଣାରେ ୪ ମୃତ