ପୁରୀ ଚନ୍ଦନ ଯାତ୍ରା ବେଳେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ । ଏହାସହିତ ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍ସୁରାନ୍ସ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ ମିଳିଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍ ସେଣ୍ଟର ହେବ । ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଭିତର ରତ୍ନଭଣ୍ଡାର କାମ ସରିଛି, ବାହାର ରତ୍ନଭଣ୍ଡାର କାମ ଜାରି ରହିଛି । କହିରଖୁଛୁ ଯେ ପୁରୀରେ ଚନ୍ଦନ ଯାତ୍ରା ଅବସରରେ ଗତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । Post navigation ଓଡିଶା, ଝାଡ଼ଖଣ୍ଡ ସୀମାନ୍ତରେ ଆଇଇଡି ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ୨ ଯବାନ ଦୁର୍ଘଟଣା ଓ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଥିବା ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ