ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର ।  ଆଜି ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତପା ପତ୍ର ପ୍ରଦାନ କରିଛନ୍ତି । ନୀତିଶ କୁମାର ରାଜଭବନ ଯାଇ ବିଧିବଦ୍ଧ ଭାବେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନଭେମ୍ବର ୨୦ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ୧୭ତମ ବିଧାନସଭା ଭଙ୍ଗ ହେବା ପରେ ନୀତିଶ କୁମାର ଏବେ ୧୦ମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ।

ସୂଚନାଯୋଗ୍ୟ, ନଭେମ୍ଭର ୧୪ରେ ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ୨୪୩ ଆସନରୁ ଏନଡିଏ ୨୦୨ ସିଟ୍ ଜିତି ଐତିହାସିକ ବିଜୟ ହାସଲ କରିଛି । ମହାମେଣ୍ଟକୁ ମାତ୍ର ୩୫ ଆସନ ମିଳିଛି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଖାତା ଖୋଲି ପାରିନି । ବିଜେପି ୮୯ ସିଟ୍ ଜିତି ବିହାରରେ ବଡ ଦଳ ଭାବେ ସାମ୍ନାକୁ ଆସିଛି । ୮୫ ସିଟ୍ ଜିତିଛି ଜେଡିୟୁ ।

Leave a Reply

Your email address will not be published. Required fields are marked *