ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି।

ନିତିନ ନବୀନ ଅଧ୍ୟକ୍ଷ ହେବା ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପିଏମ ମୋଦୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ବିଜେପି ପ୍ରକ୍ରିୟାରେ ପରିଚାଳିତ ହୁଏ । ଆଜି ନିତିନ ନବୀନ ଆମର ଅଧ୍ୟକ୍ଷ । ନିତିନ ନବୀନଙ୍କ ମଧ୍ୟରେ ଯୁବ ଉର୍ଜା ରହିଛି ତଥା ଦଳରେ କାମ କରିବାର ଲମ୍ବା ଅନୁଭବ ବି ରହିଛି। ସେ ରେଡିଓ ଯୁଗରୁ ଆସିଥିବା ବେଳେ ଏବେ AIରେ ବି ଖୁବ୍ ଆକ୍ଟିଭ । ଆମର ଏଠାରେ ମେମ୍ବରସିପଠୁ ଅଧିକ ରିଲେସନସିପ ଚାଲିଥାଏ । ଆମେ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପରି ରାଜ୍ୟରେ ବଡ ସ୍ୱର ହୋଇ ଆଗକୁ ଆସିଛନ୍ତି । ଆମ ପାଇଁ ସର୍ବଦା ସେବା ହିଁ ସର୍ବୋପରି । କ୍ଷମତା ଏଥିପାଇଁ ମାତ୍ର ଏକ ମାଧ୍ୟମ । ଏଥିପାଇଁ ଆମର ଷ୍ଟ୍ରାଇକ ରେଟ୍ ବହୁତ ଅଧିକ ରହିଛି ।

ପିଏମ ମୋଦୀ କହିଛନ୍ତି, ଏବେ ତ ଆମେ ନଗର ନିଗମରେ ପ୍ରଥମ ପସନ୍ଦ । ବିଜେପି ମହାରାଷ୍ଟ୍ରର ନଗର ନିଗମ ନିର୍ବାଚନରେ ସବୁଠୁ ବଡ ପାର୍ଟି ଭାବେ ସାମ୍ନାକୁ ଆସିଛି । ପିଏମ ମୋଦି ସବୁ ନେତାଙ୍କୁ ସନ୍ଦେଶ ଦେଇ କହିଛନ୍ତି, ଆଜିଠୁ ନିତିନ ନବୀନ ମୋର ବୋସ । ଏହିପରି ସେ ପୂରା ବିଜେପିକୁ ସନ୍ଦେଶ ଦେଇଛନ୍ତି ଯେ, ନିତିନ ନବୀନ ହିଁ ପାର୍ଟିର ନୂଆ ମୁଖିଆ । ଏଥିପାଇଁ ପ୍ରତ୍ୟେକ ନେତା ତାଙ୍କ ସମ୍ମାନ କରିବା ଉଚିତ । ନୂଆ ନେତାଙ୍କ ପାଇଁ ବିଜେପି ଏକ ମଞ୍ଚ । ଆମର ଅଧ୍ୟକ୍ଷ ସବୁଠୁ ଯୁବ ଏବଂ ଉର୍ଜାରେ ଭରି ରହିଛି ।

ସେ ଆଉ ମଧ୍ୟ କହିଛନ୍ତି, ମୁଁ ଆଜି ସମୟର ଯୁବକଙ୍କ କଥା କହିଲେ ନିତିନି ନବୀନ ନିଜେ ଜଣେ ମିଲେନିୟର । ମୁଁ ସେହି ପିଢିର ଯିଏ ଭାରତରେ ବଡ ଆର୍ଥିକ, ସାମାଜିକ ଓ ବୈଷୟିକ ପରିବର୍ତ୍ତନକୁ ଦେଖିଛି । ଆଉ ନିତିନ ନବୀନ ସେହି ପିଢିର ଯିଏ ରେଡିଓ ଶୁଣୁଥିଲେ ଏବଂ ଆଜି ଏଆଇର ସକ୍ରିୟ ୟୁଜର ମଧ୍ୟ । ତାଙ୍କ ପାଖରେ ଉର୍ଜା ବି ରହିଛି ଏବଂ ସଂଗଠନରେ କାମ କରିବାର ଲମ୍ବା ଅନୁଭବ ରହିଛି । ଆମ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ ଉପଯୋଗୀ ହେବ । ଚଳିତ ବର୍ଷ ଜନସଂଘ ସ୍ଥାପନାର ୭୫ ବର୍ଷ ପୂରା ହୋଇଛି । ମୁଁ ଆଜି ଏହି ଅବଧିରେ କାମ କରିଥିବା ତାଙ୍କ ପିଢିର ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କୁ ନମନ କରୁଛି ।

Leave a Reply

Your email address will not be published. Required fields are marked *