ଆସନ୍ତାକାଲି ଭାରତୀୟ ଜନତା ପାର୍ଟିକୁ ମିଳିବ ତାର ୨୯ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ।କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା ହେବ । ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ନୀତିନ ନବୀନ ପୂର୍ଣ୍ଣ କାଳୀନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ନୀତିନ ନବୀନ ଏକାକୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେବେ ଆସନ୍ତାକାଲି କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି । ସୂଚନା ଯୋଗ୍ୟ; ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପସ୍ଥିତ ଥିଲେ। ଶେଷରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନୀତିନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । କେବଳ ନୀତିନ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ନିର୍ବାଚନ ହେବ ନାହିଁ । ଦଳର ଜାତୀୟ ନିର୍ବାଚନ ଅଧିକାରୀ ବିଧିବଦ୍ଧଭାବେ ନୀତିନଙ୍କ ନାମକୁ ବିଜୟୀ ଘୋଷଣା କରିବେ । ଏହା ସହିତ ଦଳ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହେବେ । ତତସହିତ ବିଭିନ୍ନ୍ ରାଜ୍ୟର ବିଜେପିର ଆଗଧାଡ଼ିର ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । Post navigation Anti-Maoist Operation: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର; ୬ ମାଓବାଦୀ ନିପାତ