ଭିଜିଲାନ୍ସ ଜାଲରେ ଆଉ ଆଉ ଜଣେ ସରକାରୀ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡିଛି। ପରିକ୍ଷିତଙ୍କ ବାଲିଗୋହିରିସ୍ଥିତି ଭଡା ଘରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ରେଡ୍‌ କରିଛି।

ପୂର୍ବରୁ ଆର୍‌ଆଣ୍ଡବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏହାପୂର୍ବରୁ ଅନେକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସରକାରୀ ବାବୁମାନଙ୍କ ତାଲିକା ଲମ୍ବିବାରେ ଲାଗିଛି।

Leave a Reply

Your email address will not be published. Required fields are marked *