କେନ୍ଦ୍ରୀୟ ଡେପୁଟେସନରେ ଯିବେ ୧୯୯୩ ବ୍ୟାଚ୍ର ଆଇଏଏସ୍ ନିକୁଞ୍ଜ ଧଳ । ଆଜି ଆଇଏଏସ୍ ସ୍ତରରେ ହୋଇଛି ବଡ଼ ଅଦଳବଦଳ । ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଥିବା ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ୧୯୯୪ ବ୍ୟାଚ୍ର ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀଙ୍କୁ ମିଳିଛି ନୂଆ ଦାୟିତ୍ବ । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ନିଯୁକ୍ତି ମିଳିଛି । Post navigation ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲା: ଗ୍ରାଉଣ୍ଡରେ ୨ମନ୍ତ୍ରୀଙ୍କ ତଦନ୍ତ ମେ’ ୧ରୁ ଟୋଲ୍ ଆଦାୟ ନିୟମରେ ହେବ ପରିବର୍ତ୍ତନ; GPS ମୋଡ଼ରେ କଟିବ ଟଙ୍କା