ବାରଣାସୀର ବାସିନ୍ଦା ଆଇଏଫଏସ ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ଏହି ନିଯୁକ୍ତି ସଂପର୍କରେ ଆଜି ସୂଚନା ଦେଇଛି । ନିଧି ତିୱାରୀ ୨୦୧୪ ବ୍ୟାଚର ବିଦେଶ ସେବାର ଅଧିକାରୀ । ଏହା ପୂର୍ବରୁ ନିଧି ପୂର୍ବରୁ ପିଏମଓରେ ଉପ ସଚିବ ଭାବେ କାର୍ଯ୍ୟରତ ଥିଲେ । ମାର୍ଚ୍ଚ ୨୯ରେ ତାଙ୍କୁ ପିଏମ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରିବାକୁ ଆଦେଶ ଦିଆଯାଇଥିଲା । ପୂର୍ବରୁ ସେ ବୈଦେଶିକ ମନ୍ତ୍ରଣାଳୟରେ ଅନ୍ତର୍ଜାତୀୟ ସୁରକ୍ଷା ମାମଲାରେ କାମ କରିଥିଲେ । ଏହାପରେ ପିଏମଓରେ ଉପ ସଚିବ ଭାବେ କାର୍ଯ୍ୟରତ ଥିଲେ । Post navigation ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ‘ନିର୍ଭୟ’ ସମ୍ପାଦକ ନବୀନ ଦାସ ଆସନ୍ତା ୪ ଓ ୫ରେ ପ୍ରଶିକ୍ଷଣ ନେବେ ପାଳିଆ ସେବାୟତ