ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ ନିକୋଲସ୍ ପୁରନ୍। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ହେଇଛନ୍ତି ପୁରନ୍ । ଇନ୍ଷ୍ଟାଗ୍ରାମ୍ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କରିଥିବାର ଦେଖାଯାଇଛି । ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬ ଏକଦିବସୀୟ ଓ ୬୧ ଟି-୨୦ ଖେଳିଛନ୍ତି । ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର କିଛି ଦିନ ପରେ ତାଙ୍କର ଏହି ନିଷ୍ପତ୍ତି ଆସିଛି। ପୁରନ୍ ଏବଂ ହେନରିଚ୍ ଉଭୟଙ୍କୁ ଟି-୨୦ କ୍ରିକେଟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ୨୯ ବର୍ଷ ବୟସରେ ନିକୋଲାସ୍ ପୁରନ୍ ଇନ୍ଷ୍ଟାଗ୍ରାମ୍ରେ ଭାବପୂର୍ଣ୍ଣ ପୋଷ୍ଟରେ ଲେଖିଛନ୍ତି, ବହୁତ ଚିନ୍ତା ଏବଂ ବିଚାର ପରେ, ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଆମେ ଭଲ ପାଉଥିବା ଏହି ଖେଳ ଅନେକ କିଛି ଦେଇଛି ଏବଂ ଆଗକୁ ମଧ୍ୟ ଦେବ – ଆନନ୍ଦ, ଉଦ୍ଦେଶ୍ୟ, ଅବିସ୍ମରଣୀୟ ସ୍ମୃତି ଏବଂ ୱେଷ୍ଟଇଣ୍ଡିଜ୍ ଲୋକଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ। ସେହି ମେରୁନ୍ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଠିଆ ହେବା ଏବଂ ପଡ଼ିଆରେ ପାଦ ଦେବା ସମୟରେ ମୋର ସର୍ବସ୍ୱ ଦେବା । ଏହା ମୋ ପାଇଁ କ’ଣ ଅର୍ଥ ରଖେ ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଦଳର ଅଧିନାୟକ ହେବା ଏକ ସୌଭାଗ୍ୟ ଯାହାକୁ ମୁଁ ସର୍ବଦା ମୋ ହୃଦୟରେ ରଖିବି। ସୂଚନା ଯୋଗ୍ୟ; ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ଖେଳାଳି ନିକୋଲାସ୍ ପୁରନ୍ ଟି-୨୦ରେ ମୋଟ ୧୦୬ଟି ମ୍ୟାଚ୍, ଦିନିକିଆରେ ୬୧ଟି ମ୍ୟାଚ୍ ଖେଳିଛନ୍ତି। ସେ ୬୧ଟି ଦିନିକିଆରେ ୩ ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସହାୟତାରେ ୧୯୮୩ ରନ୍ କରିଥିଲେ। ସେହି ସମୟରେ, ୧୦୬ଟି ଟି-୨୦ ମ୍ୟାଚ୍ ଖେଳିବା ସମୟରେ, ସେ ୯୭ଟି ଇନିଂସରେ ୧୩ଟି ଅର୍ଦ୍ଧଶତକ ସହାୟତାରେ ୨୨୭୫ ରନ୍ କରିଥିଲେ। ତାଙ୍କ ନାମରେ ୬୧ଟି ଦିନିକିଆ ମ୍ୟାଚ୍ ମଧ୍ୟରୁ ୭ଟି ଇନିଂସରେ ୬ଟି ୱିକେଟ୍ ନେବାର ରେକର୍ଡ ମଧ୍ୟ ରହିଛି। ପ୍ରଥମ ଶ୍ରେଣୀରେ ୫ଟି ମ୍ୟାଚ୍ ଖେଳି, ପୁରନ୍ ୩୧୯ ରନ୍ କରିଥିଲେ, ଯେତେବେଳେ ଲିଷ୍ଟ ଏ କ୍ରିକେଟରେ ସେ ୯୮ଟି ମ୍ୟାଚ୍ରେ ୩୦୪୮ ରନ୍ କରିଥିଲେ। Post navigation ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି: ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ