ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହେଲେ ଆଉ ୪ ଜଣ ଡାକ୍ତର । ଜମ୍ମୁ-କାଶ୍ମୀରର ୩ ଓ ଉତ୍ତର ପ୍ରଦେଶର ଜଣେ ଗିରଫ । ଏଯାବତ ୬ ଜଣଙ୍କୁ ଗିରଫ କଲାଣି ଏନଆଇଏ। ଏହି ସମସ୍ତ ଅଭିଯୁକ୍ତ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏନେଇ ଏନଆଇଏ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଚାରି ଜଣଙ୍କୁ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ଏହି ୪ ଅଭିଯୁକ୍ତମାନେ ହେଲେ, ଡକ୍ଟର ମୁଜାମ୍ମିଲ୍ ଶକିଲ୍ ଗଣାଇ ଡକ୍ଟର ଆଦିଲ୍ ଅହମ୍ମଦ ରାଥର ,ଡକ୍ଟର ଶାହିନ ସଇଦ ଏବଂ ମୁଫ୍ତି ଇରଫାନ୍ ଅହମ୍ମଦ ୱାଘାଇ। ଏନଆଇଏ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା – ଆମିର ରସିଦ ଅଲି, ଯାହାଙ୍କ ନାମରେ ବିସ୍ଫୋରଣରେ ବ୍ୟବହୃତ କାରଟି ପଞ୍ଜିକୃତ ହୋଇଥିଲା, ଏବଂ ଜସିର ବିଲାଲ ୱାନି ଓରଫ୍ ଡାନିଶ, ଯିଏ ଏହି ଘାତକ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀକୁ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ସୂଚନାଯୋଗ୍ୟ, କିଛିଦିନ ତଳେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ପ୍ରଚଣ୍ଡ ବିସ୍ଫୋରଣ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବିସ୍ଫୋରଣରେ ୧୩ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନ ଏବଂ ଅନେକ ଲୋକ ଆହତ ହୋଇଛନ୍ତି। Post navigation Nuapada Bypoll: ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ: ଭୂପିନ୍ଦର