ନୂଆବର୍ଷ ପୂର୍ବରୁ ମହମ୍ମଦ ମୋକିମ, ସୋଫିଆଙ୍କ ବ୍ୟାନରକୁ ନେଇ ରାଜନୀତି ଚର୍ଚ୍ଚା ଜୋର୍ ଧରୁଛି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ । ସୋଫିଆଙ୍କ ଫଟୋ ତଳେ ‘ବିଧାୟିକା’ ବୋଲି ଉଲ୍ଲେଖ ରହିଛି ହେଲେ ହୋର୍ଡିଂରେ ନାହିଁ କଂଗ୍ରେସର ଦଳୀୟ ସଙ୍କେତ ‘ହାତ’ ଚିହ୍ନ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ୍ । ଏନେଇ ମୋକିମ କହିଛନ୍ତି ପୋଷ୍ଟର କିଏ ଲଗେଇଛି ମୁଁ ଜାଣିନାହିଁ । କୌଣସି ଶୁଭେଛୁ ଏହାକୁ ବୋଧ ହୁଏ ଲଗାଇଛନ୍ତି। ଯେ ଭି ଲଗାଇଛନ୍ତି ତାଙ୍କୁ ମୁଁ ଧନ୍ୟବାଦ୍ ଜଣାଉଛି। ଆମ ଦୁଇ ଜଣଙ୍କ ପ୍ରତି ସହସହର ବାସିଙ୍କ ସମର୍ଥନ ରହିଛି । ଅଧିକାଂଶ ସ୍ଥାନରେ ଦଳୀୟ ଚିହ୍ନ ଓ ନେତାଙ୍କ ସହ ବ୍ୟାନର ରହିଛି। ଏହା ଏକ ସଧାରଣ ଘଟଣା। ଜଣେ ବିଧାୟକଙ୍କ ସ୍ଵତନ୍ତ୍ର ପରିଚୟ ଅଛି ସବୁ ବେଳେ ଦଳୀୟ ଚିହ୍ନର ଆବଶ୍ୟକତା ନଥାଏ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ୍। ଏହା ସହ ସେ କହିଛନ୍ତି, ବିଜେଡି ଭିତରେ କନ୍ଦଳ ଲାଗି ରହିଛି । ଆସନ୍ତା ଫେବ୍ରୁଆରୀ ଓ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ । ବିଜେଡି ଅସନ୍ତୁଷ୍ଟ ନେତା କେବଳ ବୟାନବାଜି କରୁଛନ୍ତି ନା ଦଳ ଛାଡିବାକୁ ସେମାନଙ୍କର ସାହସ ଅଛି ତାହା ସ୍ପଷ୍ଟ ହୋଇଯିବ । ସେହିପରି କଂଗ୍ରେସର ବହୁ ନେତା ତାଙ୍କ ସହ ସଂପର୍କରେ ଥିବା ସେ କହିଛନ୍ତି । Post navigation PUCC Deadline Extends: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା PUCC ଅବଧି First Woman Chief Secretary : ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ