ଘର କଳିରେ ନୂଆ ମୋଡ଼ । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ମହିଳା ଥାନା ମାମଲା ରୁଜୁ କରି ନୋଟିସ ପଠାଇବାରୁ ଆଜି ଥାନାରେ ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଥିଲେ । ହସ୍ପିଟାଲ ବେଡ୍ରେ ୨ ଦିନର ସନ୍ତାନକୁ ଛାଡି ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ ଅର୍ଚ୍ଚନା ଦାସ । ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ତେବେ ମହିଳା ଥାନା ରେ ହାଜର ହେବା ପରେ କ୍ୟାମେରା ଆଗରେ ମୁହଁ ଖୋଲି ସଫେଇ ରଖି ସୌରଭ କହିଛନ୍ତି ଯେ, ଅର୍ଚ୍ଚନାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପତ୍ନୀ ଅର୍ଚ୍ଚନା ବାରମ୍ବାର ଆତ୍ମହତ୍ୟାର ଧମକ ଦେଉଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMA ରେ ଡିଜିଏମ୍ ଭାବେ ସୌରଭ ମହାପାତ୍ର କାର୍ଯ୍ୟ କରୁଥିବା ବେଳେ ତାଙ୍କ ପତ୍ନୀ ଅର୍ଚ୍ଚନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । Post navigation ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା