ଆସିଲା ନୂଆ ନିୟମ। ଆସନ୍ତା ଅଗଷ୍ଟ ୧୫ରୁ ଲଗୁହେବ ନୂଆ ଫାଷ୍ଟଟ୍ୟାଗ୍ ନିୟମ । କାର୍ଯ୍ୟକାରୀ ହେବ ଫ୍ୟାସ୍ ଟ୍ୟାଗର ବାର୍ଷିକ ପାସ୍। ୩ ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ସ ପର୍ଯ୍ୟନ୍ତ ଆଉ କୌଣସି ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହି ସ୍କିମ କେବଳ ନନ କମର୍ସିଆଲ ଭେଇକିଲ ଯେପରି କାର, ଜିପ ଓ ଭ୍ୟାନ ପାଇଁ ଲାଗୁ ହେବ ।ଏହି ସ୍କିମ ୨୦୨୫ ଅଗଷ୍ଟ ୧୫ରୁ ସମଗ୍ର ଦେଶରେ ଲାଗୁ ହେବ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଏବେ ୩ ହଜାର ଟଙ୍କାର ଫାସଟ୍ୟାଗ ପାସ୍ ତିଆରି ହେବ । ଏହି ପାସର ବୈଧ୍ୟତା ଗୋଟିଏ ବର୍ଷ ଯାଏଁ ରହିବ । ୨୦୦ ଟ୍ରିପ୍ସ ପର୍ଯ୍ୟନ୍ତ ଆଉ କୌଣସି ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହି ପଦକ୍ଷେପ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବ । ଏହି ପାସ୍ ସକ୍ରିୟ ହେବାର ତାରିଖଠୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ ବୈଧ୍ୟ ରହିବ । ଏହି ପାସ୍ ସ୍ୱତନ୍ତ୍ର ଭାବରେ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନବାହନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା ଦେଶବ୍ୟାପୀ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ। ଗଡକରୀ ଆଉ ମଧ୍ୟ କହିଛନ୍ତି ବାର୍ଷିକ ପାସ୍ ସକ୍ରିୟକରଣ/ନବୀକରଣ ପାଇଁ ଏକ ପୃଥକ ଲିଙ୍କ୍ ଖୁବ୍ ଶୀଘ୍ର ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI/MoRTH ୱେବସାଇଟରେ ଉପଲବ୍ଧ କରାଯିବ, ଯାହା ଦ୍ଵାରା ପ୍ରକ୍ରିୟାକୁ ସରଳ ଏବଂ ସହଜ କରାଯିବ। ବାର୍ଷିକ ପାସ୍ ନୀତି ଲକ୍ଷ ଲକ୍ଷ ବ୍ୟକ୍ତିଗତ ଯାନବାହନ ଚାଳକଙ୍କୁ ଅପେକ୍ଷା ସମୟ ହ୍ରାସ କରି, ଭିଡ଼ ହ୍ରାସ କରି ଏବଂ ଟୋଲ୍ ପ୍ଲାଜାରେ ବିବାଦ ଦୂର କରି ଦ୍ରୁତ, ସୁଗମ ଏବଂ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ। Post navigation ଆକ୍ସନ ମୋଡରେ CMC ସ୍ବାସ୍ଥ୍ୟ ବିଭାଗ; କଟକରେ ୨ଟି ପାଣି କମ୍ପାନୀରେ ରେଡ୍ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ