ପୁଣି ଆପ୍ ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମାମଲା । ସ୍କୁଲ୍‌ ଗୃହ ନିର୍ମାଣରେ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ । ପ୍ରାୟ ୧୩ ହଜାର କ୍ଲାସ୍‌ରୁମ୍ ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା (ACB) ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସୂଚନା ଯୋଗ୍ୟ; ଶାସନ କାଳରେ ୧୨,୭୪୮ ଶ୍ରେଣୀଗୃହ/କୋଠା ନିର୍ମାଣରେ ୨,୦୦୦ କୋଟି ଟଙ୍କାର ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ସେତେବେଳେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଏବଂ ସତ୍ୟେନ୍ଦ୍ର ଜୈନ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ । ଏହି ପ୍ରକଳ୍ପ ଆମ ଆଦମୀ ପାର୍ଟି ସହିତ ଜଡିତ କିଛି ଠିକାଦାରଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ଅତ୍ୟଧିକ ଖର୍ଚ୍ଚ ପାଇଁ ଉଭୟଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।

ପୂର୍ବରୁ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଏବଂ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବରୁ ଚାଲିଛି । ଏହି ମାମଲାରେ ଉଭୟ ନେତା ଜେଲ ଯାଇ ଜାମିନରେ ଫେରିଛନ୍ତି ।

 

Leave a Reply

Your email address will not be published. Required fields are marked *