ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କୁ ଲାଗିଛି ବଡ଼ ଝଟ୍କା । ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି। ଏବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ। ଖବର ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ୍-ୟୁଏମ୍ଏଲ୍ ମିଳିତ ମଞ୍ଚ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ପ୍ରଚଣ୍ଡ ଏକ ବିଶ୍ବାସ ଭୋଟ୍ର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ। ୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବାସ ଭୋଟ୍। ଏହା ପୂର୍ବରୁ ୪ଟି ପ୍ରୟାସରେ ସେ ଆସ୍ଥା ଭୋଟ୍ ଜିତିବାରେ ସଫଳ ରହିଥିଲେ । କିନ୍ତୁ ଚାଳିତ ବର୍ଷ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସଂସଦର ନିମ୍ନ ଗୃହରେ ଆସ୍ଥା ଭୋଟ ଜିତିପାରିନଥିଲେ। ସେ ୧୯୪ ଟି ଭୋଟ ବିରୋଧରେ ଏବଂ ୬୩ ଭୋଟ ସମର୍ଥନରେ ଟ୍ରଷ୍ଟ ଭୋଟ ହରାଇଲେ। ଜଣେ ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। ସଂସଦରେ ମୋଟ ୨୫୮ ସାଂସଦ ଉପସ୍ଥିତ ଥିଲେ। Post navigation ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ ରାଜଧାନୀରେ ବିଳମ୍ବିତ ରାତି ଯାଏଁ ବାର୍ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ ହେବା ସହ ରଦ୍ଦ ହେବ ଲାଇସେନ୍ସ