ନେପାଳରେ ଜାରି ରହିଛି ବିଦ୍ରୋହ। ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀଙ୍କ ସମେତ ଦଶ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ; ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ରାଜଧାନୀ କାଠମାଣ୍ଡୁର ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପାଞ୍ଚଟି ଦାବି ନେଇ ବିକ୍ଷୋଭକାରୀମାନେ ଏକାଠି ହୋଇଛନ୍ତି। ଅନେକ ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏହି ସମୟରେ, ଅନିୟନ୍ତ୍ରିତ ପ୍ରଦର୍ଶନକାରୀମାନେ ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି। ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେଇଥିଲେ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳିଥିଲା ।

ସେପ୍ଟେମ୍ବର ୪ରେ ଫେସବୁକ୍, ୟୁଟ୍ୟୁବ, ଏକ୍ଦ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର । ଏହାକୁ ପ୍ରତିବାଦ କରିଥିଲେ ଜେନ-ଜି । ପରେ ଉଗ୍ରରୂପ ନେଇଥିଲା ବିକ୍ଷୋଭ । ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜେନ-ଜି ବିକ୍ଷୋଭାକାରୀ । ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି ।

Leave a Reply

Your email address will not be published. Required fields are marked *