କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ନେପାଳ ଏନଏଚଆରସି । ନେପାଳ ଏନଏଚଆରସି ଚିଠି ଲେଖି ତ୍ୱରିତ ନ୍ୟାୟ ଦେବାକୁ ଦାବି କରିଛି । ନେପାଳ କହିଛି ଯେ,ଛାତ୍ରୀଙ୍କ ମୃତ୍ୟୁ ଘଟଣା ଓ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ମାମଲାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦିଆଯାଉ । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ଚିନ୍ତାଜନକ ରହିଛି । ଯେଉଁମାନେ ନେପାଳି ଛାତ୍ର-ଛାତ୍ରୀଙ୍କ ସହ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରାଯାଉ । ଏହା ପୂର୍ବରୁ ନେପାଳ ଉଚ୍ଚାୟୋଗର ଅଧିକାରୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । Post navigation ମାର୍ଚ୍ଚ ମାସ ସୁଦ୍ଧା ସରିବନି ରତ୍ନ ଭଣ୍ଡାର ମରାମତି କାମ: ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା