ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ସୋସିଆଲ୍ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ । ଜେନ ଜେଡ ଯୁବକଙ୍କ ନେତୃତ୍ୱରେ ପ୍ରତିବାଦ ହିଂସାତ୍ମକ ହେବା ଫଳରେ ପୋଲିସ ସହିତ ସଂଘର୍ଷ ଏବଂ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାରୁ ସୋମବାର ବିଳମ୍ବିତ ରାତିରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହ ସହ ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି । ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ । ମୋଟ୍ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରିଥିଲେ ନେପାଳ ସରକାର । ଗୁରୁଙ୍ଗ ‘ଜେନ ଜେଡ’ ଗୋଷ୍ଠୀକୁ ସେମାନଙ୍କର ପ୍ରତିବାଦ ପ୍ରତ୍ୟାହାର କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। Post navigation ଭିତରକନିକାରେ ନିଖୋଜ ମା ପୁଅ ଉଦ୍ଧାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ