ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ତରଫରୁ ଘୋଷଣା ହେବ ନୂଆ ତାରିଖ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆଜି ଅର୍ଥାତ ଜୁଲାଇ ୬ ତାରିଖରେ ନିଟ୍ ୟୁଜି ପରୀକ୍ଷାର କାଉନିସେଲିଂ ହେବାର ଥିଲା । ହେଲେ ଆଜି ହେବାକୁ ଥିବା କାଉନସେଲିଂକୁ ସ୍ଥଗିତ କରିଦିଆଯାଇଛି । ଏଥିସହିତ ଖୁବଶୀଘ୍ର କାଉନସେଲିଂର ନୂଆ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି ।

ଅନ୍ୟପଟେ ନିଟ୍‌ ପେପର ଲିକ୍‌ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *