ନିଟ୍-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା । ମାମଲାର ଶୁଣାଣି କରି NBTକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ପରୀକ୍ଷାର ପାରଦର୍ଶିତା ଓ ସମସ୍ତ ଛାତ୍ରଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ନିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍ । ପୂର୍ବ ନିର୍ଦ୍ଧାରିତ ଜୁନ୍ ୧୫ ତାରିଖରେ ହେବ ନିଟ୍-ପିଜି ପରୀକ୍ଷା । ଗତ କିଛି ବର୍ଷରେ ଦେଖିବାକୁ ମିଳିଛି ଯେ, ନିଟ୍ ପିଜି ପରି ବଡ ପରୀକ୍ଷା ଦୁଇଟି ଅଲଗା ଅଲଗା ସିଫ୍ଟରେ କରାଯାଉଥିଲା । ସୁପ୍ରିମକୋର୍ଟ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଦୁଇଟି ସିଫ୍ଟରେ ଆୟୋଜିତ ପରୀକ୍ଷାରେ ପ୍ରଶ୍ନର କଠିନ ସ୍ତର ଅଲଗା ଅଲଗା ହୋଇପାରେ, ଏଥିରେ କିଛି ପରୀକ୍ଷାର୍ଥୀଙ୍କୁ ଫାଇଦା ଏବଂ ଆଉ କିଛି ପରୀକ୍ଷାର୍ଥୀଙ୍କ କ୍ଷତି ହୋଇପାରେ ।ଦୁଇଟି ପ୍ରଶ୍ନ ପତ୍ରକୁ ସଂପୂର୍ଣ୍ଣ ଭାବେ ସମାନ ସ୍ତର କୁହାଯାଇ ପାରିବ ନାହିଁ । ତେଣୁ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ନ୍ୟାୟ କରିବା ପାଇଁ ପରୀକ୍ଷା ଏବେ କେବଳ ଗୋଟିଏ ସିଫ୍ଟରେ ଆୟୋଜିତ ହେବ । Post navigation INS ବିକ୍ରାନ୍ତରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; ପାକିସ୍ତାନ ନସୁଧୁରିଲେ ଏଥର ଉଦଘାଟନ ନୌସେନା କରିବ ୩ ଦିନ ପରେ ମିଳିଲା ସୁନ୍ଦରଗଡ଼ରୁ ଲୁଟ୍ ହୋଇଥିବା ୪ ଟନ୍ ବିସ୍ଫୋରକ