ଜୁନ୍ ୧୫ରେ ହେବାକୁଥିବା ନିଟ୍ ପିଜି (NEET-PG) ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଦୁଇ ସିଫ୍ଟରେ ପରୀକ୍ଷା ପାଇଁ ସ୍ଥିର କରିଥିଲା ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ (NBE) । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ସ୍ଥଗିତ ହୋଇଛି । ଯେହେତୁ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଦରକାର ତେଣୁ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା । ତେବେ ସ୍ୱଚ୍ଛତା ସୁନିଶ୍ଚିତ କରି ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ ପରିଚାଳନା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । Post navigation ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସ ରେଜଲ୍ଟ