ନିଟ ପେପର ଲିକ ମାମଲାରେ ଭୁବନେଶ୍ୱରରୁ ଜଣଙ୍କୁ ଗିରଫ କରିଛି ସିବିଆଇ । ସେ ହେଲେ ସୁଶାନ୍ତ କୁମାର (୩୪)। ନିଟ୍ ପେପର ବିତରଣରେ ସୁଶାନ୍ତଙ୍କ ହାତ ଥିବା ଅଭିଯୋଗ ହେଉଛି । ସୁଶାନ୍ତଙ୍କୁ ଭୁବନେଶ୍ବରରୁ ପାଟଣା ନିଆଯାଇଛି ।
ସୁଶାନ୍ତ କୁମାରଙ୍କୁ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

ସୂଚନାଯୋଗ୍ୟ, ନିଟ ପେପର ଲିକ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଲାଗିରହିଥିବା ବେଳେ ନିକଟରେ ପୁନଃ ପରୀକ୍ଷା ହେବନି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । କୌଣସି ବଡ଼ ଧରଣର ଲିକ ହୋଇନି ବୋଲି କହି ଏଭଳି ରାୟ ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *