ଟୋକିଓରେ ଚାଲୁଥିବା ବିଶ୍ୱ ଆଥଲେିଟକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରା ଫାଇନାଲ । ବୁଧବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ୮୪.୮୫ ମିଟର ପର୍ଯ୍ୟନ୍ତ ଜାଭଲିନ୍ ପକାଇ ଫାଇନାଲକୁ ପ୍ରବେଶ କରିଛନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କୁ ୮୪.୫୦ ମିଟର ଦୂର ଜାଭେଲିନ ଥ୍ରୋ କରିବାର ଥିଲା । କିନ୍ତୁ ନୀରଜ ପ୍ରଥମ ଚେଷ୍ଟାରେ ୮୪.୮୫ ମିଟର ଥ୍ରୋ କରିଥିଲେ । ଆସନ୍ତାକାଲି ଫାଇନାଲ ମୁକାବିଲା ଖେଳାଯିବ । ପାକିସ୍ତାନର ଅରଶଦ ନଦୀମ ଏବଂ ନୀରଜ ପରସ୍ପରକୁ ଭେଟିବେ ।

ଗ୍ରୁପ-ଏରେ ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୯ ଜଣ ଖେଳାଳୀ ଥିଲେ । ଯେଉଁଥିରେ ୱେବର, ବାଲ୍କୋଟ୍, ବାଡଲେଜ୍ ଓ ସଚିନ ଯାଦବ ଥିଲେ । ଗ୍ରୁପ-ବିରେ ଅରଶଦ ନଦୀମ, ପୀଟର୍ସ, ୟେଗୀ, ଦା ସିଲ୍ବା, ରୋହିତ ଯାଦବ, ଯଶବୀର ସିଂହ ଏବଂ ରମେଶ ଥରଙ୍ଗା ପ୍ରମୁଖ ଥିଲେ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପରେ ପ୍ରଥମ ଥର ଅରଶଦ ନଦୀମ ଏବଂ ନୀରଜ ଦୁଇ ଖେଳାଳିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ ।

 

Leave a Reply

Your email address will not be published. Required fields are marked *