ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ଏହାର ମିଳିତ ଇସ୍ତାହାର ପ୍ରକାଶ କରିଛି। ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନଡିଏ ନିଜ ଇସ୍ତାହାରରେ ବିହାରରେ ୧ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହା ସହ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି ଦେଇଛି ଏନଡିଏ। ସେହିପରି ଏନଡିଏ ଚାଷୀମାନଙ୍କୁ ମାସିକ ୩୦୦୦ ପ୍ରଦାନ, ସାତଟି ଏକ୍ସପ୍ରେସୱେ, ମାଗଣା ବିଦ୍ୟୁତ୍, ଚିକିତ୍ସା, ସ୍ଥାୟୀ ଘର ଏବଂ କର୍ପୁରୀ ଠାକୁର ସମ୍ମାନ ନିଧି ବିଷୟରେ ଉଲ୍ଲେଖ କରିଛି।ସଡ଼କ ନେଟୱାର୍କ ବିସ୍ତାର ପାଇଁ ୭ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା । ଦରଭଙ୍ଗା ଏବଂ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାର ଯୋଜନା । ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରିବାକୁ ଯୋଜନା । ଗରିବ ପରିବାରର ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି । ବିହାର ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଏହି ଇସ୍ତାହାର ଏକବିଂଶ ଶତାବ୍ଦୀର ବିହାର ପାଇଁ ଦିଗନିର୍ଦ୍ଦେଶ ସ୍ଥିର କରିବ ଏବଂ ରାଜ୍ୟର ପ୍ରତ୍ୟେକ ବର୍ଗକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଏନଡିଏ ମେଣ୍ଟ ୨୫ଟି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ସହିତ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ଇସ୍ତାହାରରେ ବିହାରର ସର୍ବାଙ୍ଗୀନ ବିକାଶ, ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ଶିଳ୍ପ, ଶିକ୍ଷା ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୂଚନା ଯୋଗ୍ୟ; ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପସ୍ଥିତିରେ ପାଟନାର ହୋଟେଲ ମୌର୍ଯ୍ୟରେ ସକାଳ ସାଢ଼େ ୯ଟାରେ ଏହି ଇସ୍ତାହାର ପ୍ରକାଶିତ ହୋଇଛି। ଏହି ସମୟରେ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା, ମେଣ୍ଟ ସହଯୋଗୀ ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହା ମଧ୍ୟ ଉପସ୍ଥିତ ରହିଥିଲେ। Post navigation Police SI Exam Scam: SI ପରୀକ୍ଷା କେଳେଙ୍କାରୀ ମାମଲା; ସିବିଆଇକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ Pitabash Panda Murder Case: ପୀତବାସ ହତ୍ୟା ମାମଲା; ଫୁଲବାଣୀ ଜେଲ୍ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାଶ