ଉପରାଷ୍ଟ୍ରପତି ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ମହାରାଷ୍ଟ୍ର ରାଜ୍ୟପାଳ ତଥା ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସିପି ରାଧାକ୍ରିଷ୍ଣନ ଏବେ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟସଭା ମହାସଚିବ ପିସି ମୋଦି ଫଳାଫଳ ଘୋଷଣା କରିଛନ୍ତି । ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଥିବାବେଳେ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ପ୍ରଥମ ପସନ୍ଦ ଭୋଟ ମିଳିଛି । ସିପି ରାଧାକ୍ରିଷ୍ଣନଙ୍କ ବିଜୟ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖାଯାଇଛି । Post navigation ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର ନେପାଳରେ ସ୍ଥିତି ଅଣାୟତ୍ତ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ