ବିହାରରେ ପ୍ରାରମ୍ଭିକ ଗଣତି ଅନୁଯାୟୀ, ଏବେ ମହାଗଠବନ୍ଧନକୁ ପଛରେ ପକାଇ କ୍ଷମତା ଦୌଡରେ ଆଗରେ ଅଛି ଜେଡିୟୁ ନେତୃତ୍ୱାଧୀନ ଏନଡିଏ । ଆଉ ଏହାସହ ପ୍ରତି ରାଉଣ୍ଡରେ ବଦଳୁଛି ବିହାର ରାଜନୀତିର ସମୀକରଣ । ଲଖିସରାଇ ଆସନରେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା ଆଗୁଆ ଥିବାବେଳେ ଆଲିନଗରରେ ବିଜେପି ପ୍ରାର୍ଥୀ ମୈଥଲି ଠାକୁର ଆଗୁଆ ଅଛନ୍ତି । ତାରାପୁର ଆସନରେ ବିଜେପି ପ୍ରାର୍ଥୀ ସମ୍ରାଟ ଚୌଧୁରୀ ଆଗୁଆ ଅଛନ୍ତି । ରାଘୋପୁରରେ ତେଜସ୍ବୀ ଯାଦବ ଆଗରେ ଥିବାବେଳେ ମହୁଆଙ୍କଠୁ ପଛରେ ଅଛନ୍ତି ତେଜପ୍ରତାବ ଯାଦବ । ଲାଲଗଞ୍ଜରୁ ଆରଜେଡିର ଶିବାନୀ ଶୁକ୍ଲା ଅଗୁଆ ଅଛନ୍ତି । ଏନଡିଏ ୮୭ ଟି ସିଟ ରେ ଆଗୁଆ ଥିବାବେଳେ ମହାଗଠବନ୍ଧନ ୬୦ ଏବଂ ଅନ୍ୟାନ୍ୟ ୬ ଟି ସିଟ ରେ ଆଗୁଆ ଅଛନ୍ତି । ସେଇଭଳି ପୋଷ୍ଟାଲ ବାଲେଟ୍ ଗଣତି ମଧ୍ୟ ଚାଲିଛି । ସରକାର ଗଢିବା ପାଇଁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏ ପୂରା ବଳ ଖଟାଇ ଦେଇଛନ୍ତି । ଆଜି ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । Post navigation Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ Nuapada Bypoll Results: ଆରମ୍ଭ ହେଲା ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି