ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ । କୋର୍ଟରେ ହାଜର ନହେବାରୁ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କଲେ ଏସ୍ଡିଜେଏମ୍ କୋର୍ଟ। । ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏନବିଡବ୍ଲ୍ୟୁ । ୨୦୧୯ ଡିସେମ୍ବରରେ ଦେବନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଦେବନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ । ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ପାରିବାର ଲୋକ ନ୍ୟାୟ ପାଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି। ଏହି ମାମଲାରେ କୋର୍ଟରେ ହାଜର ହେବାକୁ ବାରମ୍ବାର ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ନୋଟିସ୍ ମିଳିଥିବା ବେଳେ କୋର୍ଟରେ ହାଜର ହୋଇନଥିଲେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ଏହା ପରେ ଏନବିଡବ୍ଲ୍ୟୁ ଜାରି କଲେ ଏସ୍ଡିଜେଏମ୍ । ସୂଚନା ଯୋଗ୍ୟ; ୨୦୧୯ ମେ’ ମାସ ୨୭ ତାରିଖରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ସେ ଅଫିସକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହା ପରେ ପରଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଦେବ ନାରାୟଣଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ରହସ୍ୟଜନକ ମୃତ୍ୟୁ ପାଇଁ ପତ୍ନୀ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ। ଏହା ପରେ ଏହି ମାମଲାରେ ଏସଡିଜେଏମ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କର ତିନି ସହଯୋଗୀଙ୍କୁ ବାରମ୍ୱାର କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ। Post navigation ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦,୫୯୯ କୋଟି ଟଙ୍କା ଠେଙ୍ଗା ବାହିନୀ ଗଢ଼ିଲେ ବିଧାୟକ ବାବୁ ସିଂ