ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ । ନୟାଗଡ଼ ଜିଲ୍ଲା ପ୍ରଶାସନ ନବବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବାପାଇଁ ଫୁଲତୋଡ଼ା ଓ ଡାଏରୀ ନ ଆଣି ତା ପ୍ରତିବଦଳରେ ବହି, ଖାତା, କଲମ ଓ ପେନସିଲ ଆଣିବାପାଇଁ ଅନୁରୋଧ କରିଥିଲେ ଯାହାଦ୍ୱାରା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ କିଛି ଶିକ୍ଷା ଉପକରଣ ମିଳିପାରିବ । ନୟାଗଡ଼ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଏବେ ଵିପୁଳ ମାତ୍ରାରେ ଫଳପ୍ରଦ ହୋଇଛି । ନବବର୍ଷ ଅବସରରେ ମିଳିଥିବା ଶିକ୍ଷା ଉପକରଣ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ତାହା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବ । Post navigation ୨୦୨୫-୨୬ ବଜେଟ ପୂର୍ବରୁ ଓଡ଼ିଶାବାସୀଙ୍କ ମତ ଲୋଡ଼ିଲେ ରାଜ୍ୟ ସରକାର ୯ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ମୋହର; ୮୦%ରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା