ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଗାଡ଼ି ଚାଳକଙ୍କ ପ୍ରାଣ ହରାଇଛନ୍ତି ।କୁମ୍ବିଂ ଅପରେସନ୍ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ପହଞ୍ଚି ତନାଘନା ଆରମ୍ଭ କାରିଛି । ସହିଦଙ୍କ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି ।

ମିଳିଥିବା ତଥ୍ୟ ଅନୁସାରେ ନକ୍ସଲମାନେ ପୂର୍ବରୁ ରାସ୍ତାରେ ଲ୍ୟାଣ୍ଡମାଇନ୍ ରଖିଥିଲେ, ଯବାନମାନଙ୍କ ଗାଡି ଏହି ଲ୍ୟାଣ୍ଡମାଇନ୍ ପ୍ରଭାବରେ ଆସିବା ମାତ୍ରେ ନକ୍ସଲମାନେ ଏହାକୁ ବିସ୍ଫୋରଣ କରିଥିଲେ।

ସୂଚନା ଯୋଗ୍ୟ; ବିଜାପୁର ଜିଲ୍ଲାର କୁତ୍ରୁ-ବେଦ୍ରେ ରାସ୍ତାରେ ଯବାନମାନେ ଜଏଣ୍ଟ ଅପରେସନ୍ ସାରି ଦନ୍ତେୱାଡ଼ା ଜିଲ୍ଲା ଅଭିମୁଖେ ଏକ ସ୍କର୍ପିଓ ଗାଡ଼ିରେ ଫେରୁଥିଲେ । ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ୍ ସମୟରେ ଉକ୍ତ ରାସ୍ତାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଗାଡ଼ିରେ ୨୦ରୁ ଊର୍ଦ୍ଧ୍ବ ଯବାନ ଥିବା ସୂଚନା ରହିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ପ୍ରାୟ ୪୦ରୁ ୫୦ ଫୁଟ୍ ଉପରକୁ ଉଠିଯାଇଥିଲା ଏବଂ ଉକ୍ତ ସ୍ଥାନରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୮ ଜଣ ଡିଆରଜି ଯବାନ ରହିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ପହଞ୍ଚି ତନାଘନା ଆରମ୍ଭ କାରିଛି । ଅନ୍ୟ କିଛି ଗୁରୁତରଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *