ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ ପାଇଁ କରାଯାଉଛି ଚକ୍ରାନ୍ତ। ୧୯୫୨ ମସିହାରୁ ପ୍ରଦାନ କରାଯାଇଆସୁଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ ଆର୍ଥିକ ଅନୁଦାନ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ହେଉଛି କଳିଙ୍ଗ ପୁରସ୍କାର।

ସେଥିପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ।

ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ୟୁନେସ୍କୋର ବଦାନ୍ୟତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା । ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋ କଳିଙ୍ଗ ପୁରସ୍କାର କେବଳ ଏକ ଅନ୍ତର୍ଜାତୀୟ ପୁରସ୍କାର ନୁହେଁ, କଳିଙ୍ଗ ପୁରସ୍କାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ।

ସେ ଆଉ ମଧ୍ୟ ଲେଖିଛନ୍ତି କଳିଙ୍ଗ ୟୁନେସ୍କୋ ପୁରସ୍କାରର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାକୁ ଗୁରୁତର ସହ ନେଇ ୬:୪:୪ ଅନୁପାତରେ ପୁରସ୍କାର ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ପୁରସ୍କାର ରାଶି ବାବଦକୁ ପାଖାପାଖି ଏକ କୋଟି ଟଙ୍କା ଦିଆଯାଉଛି। ସେଥିରେ ୬ ଭାଗ କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ୪ ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୪ ଭାଗ ଦେଉଥିଲେ। କିନ୍ତୁ କେନ୍ଦ୍ର ସରକାର ଆଗକୁ ଆଉ ଆର୍ଥିକ ସହଯୋଗ କରିବେ ନାହିଁ ବୋଲି କହିବା ଖବର ମୋତେ ଗଭୀର ଆଘାତ ଦେଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *