ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ସରକାରଙ୍କୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଭିନ୍ନ ଯୋଜନାରେ ସଫଳତା ଆମ ସରକାର ଆଣିଲା କିନ୍ତୁ ଏବେ କ୍ରେଡିଟ ନେଉଛି ବିଜେପି। ହେଲେ ଅନେକ କଥା ସେମାନେ ଉଠାଇ ନାହାଁନ୍ତି । ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେହି କ୍ଷେତ୍ର କଥା କହିନାହାଁନ୍ତି । ସେହିପରି ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ପୁରୁଣା କାମକୁ ନେଇ ରାଜ୍ୟ ସରକାର ବାହାଦୂରୀ ମାରୁଛନ୍ତି । ନବୀନ ସରକାରଙ୍କ ଅମଳରେ ଯାହା କିଛି ବିକାଶ ହୋଇଥିଲା ତାହାକୁ ନେଇ ପ୍ରଚାର କରୁଛନ୍ତି ବିଜେପି ସରକାର । ପୁରୁଣା କାମକୁ ରଙ୍ଗ ମାରି ସରକାର ବାହାଦୁରୀ ନେଉଛନ୍ତି । Post navigation ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି