ଯଶସ୍ବୀ ସାହିତ୍ୟ ସାଧକ କବି ରମାକାନ୍ତ ରଥଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ରମାକାନ୍ତ ରଥ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟନାୟକ କହିଛନ୍ତି ଯେ ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଜଣେ ସଫଳ ସ୍ରଷ୍ଟା ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା । ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକବାର୍ତ୍ତା ରେ କହିଛନ୍ତି। ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ସ୍ବର୍ଗତ ରଥଙ୍କ ର ବିଶେଷ ସୁନାମ ରହିଥିଲା । ତାଙ୍କର ବିୟୋଗ ସାହିତ୍ୟ ଜଗତ ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣେଇଛନ୍ତି। Post navigation ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ଗୁଜରାଟ ମଡେଲ୍ରେ ଓଡ଼ିଶାରେ ଖୋଲିବ ୩୫ ପୋଷଣ କେନ୍ଦ୍ର