ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ନବୀନ ପଟ୍ଟନାୟକ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ସରକାର ସମୟ ରେ ନୂଆପଡା ଜିଲ୍ଲାର ପ୍ରଭୁତ ଉନ୍ନତି ହୋଇଥିଲା । ବିଜୁ ଏକ୍ସପ୍ରେସ way ଠାରୁ ଆରମ୍ଭ କରି ଭଲ ପିଇବା ପାଣି,୧୦ହଜାର ହେକଟର ରୁ ଅଧିକ ଜମି କୁ ପାଣି ଦିଆଯାଇଛି । ସୁନାବେଡା ଅଭୟରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା ।କିନ୍ତୁ ବିଜେପି ସରକାର ଆସିବା ପାରେ ପରିସ୍ଥିତି ପୁରା ବଦଳି ଯାଇଛି । ସେ କହିଛନ୍ତି ଯେ ସାରା ରାଜ୍ୟ ରେ ଏବେ ବିକାଶ କାମ ପୁରା ବନ୍ଦ ହୋଇଯାଇଛି । ଆଇନ ଶୃଙ୍ଖଳା ପୁରା ଭୁଶୁଡି ଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି । ଭାଇଚାରା ର ରାଜ୍ୟ ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି । ମିଶନ ଶକ୍ତି ମା ମାନେ ରାଜ୍ୟ ରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ । କିନ୍ତୁ ଏ ସରକାର ମିଶନ ଶକ୍ତି ମା ମାନେ ଆଜି ଲୋନ୍ ପାଉନାହାନ୍ତି । ୮ ମାସ ହେଲା ମିଶନ ଶକ୍ତି ମା ମାନେ ଦରମା ପାଉ ମହାନ୍ତି । ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି । ମିଛ ପ୍ରଚାରରେ ହିରୋ । କିନ୍ତୁ କାମ ରେ zero । ଏ ସରକାର ଗେମ୍ ଚେଞ୍ଜର ନୁହେଁ ନେମ୍ ଚେଞ୍ଜର । ରଙ୍ଗ ମରା ସରକାର । ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ସରକାର ଙ୍କ ପ୍ରତିଶ୍ରୁତି, ଯଥା ୩୦୦ ୟୁନିଟ୍ ମାଗଣା ବିଜୁଳି, ସବୁ ବୁଢ଼ା ବୁଢ଼ୀ ଙ୍କୁ ୩୫୦୦ ଟଙ୍କା ଭତ୍ତା ,ସବୁ ପଂଚାୟତ ର ୧୦୦ ଯୁବକ ଙ୍କୁ ଚାକିରୀ, ଚାଷୀଙ୍କୁ ୟୁରିଆ ସାର ମିଳିବା, କଟନୀ ଛଟନୀ ବନ୍ଦ ହେବା, BSKY ଭଲ କି ଆୟୁଷ୍ମାନ କାର୍ଡ ଭଲ ଆଦି ବିଷୟ ରେ ପଚାରି ବୁଝିଥିଲେ । ନବୀନ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା । ଏବେ ବି ପ୍ରାର୍ଥୀ ଚୋରି କରିଛନ୍ତି । ନୂଆପଡା ବାସୀଙ୍କ ସହ,ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି । ଏଥି ପାଇଁ ଲୋକ ମାନଙ୍କ ମନ ରେ କ୍ରୋଧ ରହିଛି । ଏ ବିଶ୍ୱାସ ଘାତକତା ର ଜବାବ ନୂଆପଡା ବାସୀ ଭୋଟରେ ଦେବେ ବୋଲି ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏ ସଭା ରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର , ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ,ଅବନୀ ଯୋଶୀ ବିଧାୟକ ଅଧୀରାଜ ପାଣିଗ୍ରାହୀ,ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ| Post navigation Amar Patnaik Join BJP: ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ Shreemayee Mishra: ଶକ୍ତି ନାନୀ କହି ସୁଜାତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର