ଆସନ୍ତା ୯ ତାରିଖ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପାଇଁ ପରୀକ୍ଷାର ଘଡ଼ି । କି ନିଷ୍ପତ୍ତି ନେବେ ନବୀନ ? ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତ୍ତି ଉପରେ । ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବାପରେ ପୁଣି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି । ଏନ୍ ଡିଏ ତରଫରୁ ସିପି ରାଧାକ୍ରିଷ୍ଣନ୍ ଏବଂ ଇଣ୍ଡି ମେଣ୍ଟ ତରଫରୁ ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଅଛନ୍ତି । ଦୁଇଟି ଆଞ୍ଚଳିକ ଦଳ ବିଆର୍ଏସ୍ ଏବଂ ୱାଇଏସ୍ଆର୍ କଂଗ୍ରେସ ଏନ୍ଡିଏକୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି । ଏଣୁ କୌଣସି ମେଣ୍ଟଭୁକ୍ତ ହୋଇ ନଥିବା ବିଜୁ ଜନତା ଦଳ ଉପରେ ସମସ୍ତଙ୍କର ଆଖି। ରାଜ୍ୟସଭାରେ ବିଜଦର ୭ ଜଣ ସଦସ୍ୟ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଭାଗ ନେଇଥାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ହୁଅନ୍ତୁ କି ସାଂସଦ ସେମାନଙ୍କ ଭୋଟର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଥାଏ । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଂସଦ ଗୋଟିଏ ଭୋଟ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯେଉଁ ନିର୍ବାଚନମଣ୍ଡଳୀ ଅଛି ତାହାରି ମୋଟ ସଦସ୍ୟ ସଂଖ ସଂଖ୍ୟା ୭୮୮ । ଲୋକସଭାର ୫୪୩, ରାଜ୍ୟସଭା ୨୩୩ ଏବଂ ମନୋନୀତ ୧୨୮ ୬ଟି ଆସନ ଖାଲିଥିବାରୁ ଉପରାଷ୍ଟ୍ରପତି ନିର୍ବାଚନରେ ୭୮୨ ଜଣ ଜଣ ସାଂସଦ ଭୋଟ ଦେବେ। ୩୯୧ ଭୋଟ ମିଳି ଲେ ଜଣେ ଉପରାଷ୍ଟ୍ରପତି ହୋଇପାରିବେ। ଏନ୍ଡିଏ ହାତରେ ୪୨୩ଟି ଭୋଟ ଅଛି। ୨୯୩ ଲୋକସଭାର ଓ ୧୩୦ ରାଜ୍ୟସଭାର। ବ୍ରତେଣୁ ତେଣୁ ଏନ୍ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନଙ୍କ ବିଜୟର ସମ୍ଭାବନା ଉଜ୍ଜ୍ବଳ । ବିଶେଷ ଅସୁବିଧା ନାହିଁ । ଉପରକୁ ୱାଇଏର୍ ଏବଂ ବିଆରଏସ୍ ରାଧାକ୍ରିଷ୍ଣନଙ୍କୁ ଭୋଟ ଦେବେ ବୋଲି ଜଣାପଡ଼ିଛି। ଏଣୁ ବିଜଦ ଭୋଟ ଉପରେ ହାର୍-ଜିତ୍ ନିର୍ଭର କରୁନାହିଁ । ୱାକଫ୍ ବିଲ୍ ଝମେଲା ପରେ ବିଜଦ ସଭାପତି ନବୀନ ପଟନାୟକ ମାପିଚୁପି ନିଷ୍ପତ୍ତି ନେବେ । ଉପରାଷ୍ଟ୍ରପତି ନିର୍ବାଚନରେ ସ୍କ୍ରିପ୍ ଚାଲେ ନାହିଁ । ଗୋପନୀୟ ଭୋଟ ବ୍ୟବସ୍ଥା । ନବୀନ ବାବୁ ଆଉଥରେ ବିବେକ ଅନୁସାରେ ଭୋଟ କଥା କଦାପି କହିବେ ନାହିଁ । ଏହା କହି ସେ ଭଲ ନାମ ନେଇସାରିଛନ୍ତି । ଏଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏକ ସ୍ପଷ୍ଟ ନିଷ୍ପତ୍ତି ତାଙ୍କୁ ନେବାକୁ ପଡ଼ିବ। ଇଣ୍ଡି ସପକ୍ଷରେ କଦାପି ଯିବେ ନାହିଁ ନବୀନ । କିନ୍ତୁ ଏନ୍ଡିଏ ପ୍ରାର୍ଥୀଙ୍କୁ ଖୋଲା ସମର୍ଥନ କରିବେ ନା ଭୋଟ ଦାନରୁ ବିରତ ରହିବେ ? ଦ୍ବନ୍ଦ୍ବରେ ଅଛନ୍ତି ନବୀନ । ଇତିମଧ୍ଯରେ ବରିଷ୍ଠ ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇଥର ନବୀନଙ୍କୁ ଫୋନ୍ କରିଥିବା ବିଜଦ ଶିବିରରେ ଆଲୋଚନା ହେଉଛି। ପୂର୍ବରୁ ନବୀନ ହସ୍ପିଟାଲରେ ଥିବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଭଲମନ୍ଦ ବୁଝି ଫୋନ କରିଥିଲେ। ଏଣୁ ପ୍ରବଳ ଚାପରେ ରହିବେ ନବୀନ । ଭୋଟ ଦାନରୁ ବିରତ ରହିଲେ ଜିତିବା ସଂଖ୍ୟା ୩୯୧ରୁ ୩୮୮କୁ ଖସିଆସିବ। କିନ୍ତୁ ଏହା ଦ୍ବାରା ନବୀନ ମୋଦୀଙ୍କ ନଜରରୁ ତଳକୁ ଖସିଯିବେ। ଏହି ଦିନେ ଦୁଇଦିନ ମଧ୍ଯରେ ବସିପାରେ ବିଜଦ ରାଜନୈତିକ ବ୍ୟାପାର କମିଟି ବୈଠକ। ଯାହା ସୂଚନା ମିଳୁଛି, ପିଏସି ନିଷ୍ପତ୍ତି ନେବା ଭାର ସଭାପତିଙ୍କ ଉପରେ ଛାଡ଼ିବ। ଏ ମର୍ମରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇପାରେ। ଇତିମଧ୍ୟରେ ତାଙ୍କୁ ଭେଟିଥିବା କିଛି ନେତାଙ୍କୁ ନବୀନ କହିଥିବା ପ୍ରକାଶ ଯେ ଠିକ ସମୟରେ ଠିକ ନିଷ୍ପତ୍ତି ସେ ନେବେ। ଦଳ ଭିତରେ ଯେଭଳି ସୂକ୍ଷ୍ମ ବିଭାଜନ ରେଖା ପଡ଼ିଲାଣି, ସେ ଦୃଷ୍ଟିରୁ ଭାଜପା ନେତୃତ୍ବକୁ ଅସନ୍ତୁଷ୍ଟ କରିବା ପାଇଁ ନବୀନ କେବେ ବି ଚାହିଁବେ ନାହିଁ । Post navigation ଖୋଜିଲେ ନବୀନ ଗଲେ ଦିଲୀପ ଜାହାଜରୁ ଖସି ପଡ଼ିଲେ ୨ କ୍ରିୟୁ ମେମ୍ବର; ଜଣେ ନିଖୋଜ